ଭୁବନେଶ୍ୱର : ଅଡ଼ୁଆରେ ବିଶାଖାପାଟନମର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦ। ବହୁ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଛି ED । ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ସହ ନାମୀ କାର ବି ମିଳିଛି । ଏଥିରେ ରହିଛି ମର୍ସଡିଜ,ବିଏମଡବ୍ଲୁ ଓ ମୋରେସ ଗ୍ୟାରେଜ ଭଳି କମ୍ପାନିର ଦାମୀ କାର । ଯାହାକୁ ସିଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥି ସହ ତାଙ୍କ ନାଁରେ ଥିବା୧୮୨ ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓ୍ବେଲଫେୟାର ଇଷ୍ଟେଟ ବିଲ୍ଡି ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ନାରେ ପୁଞ୍ଜି ବିନିଯୋଗ ଆଳରେ ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗ ରହିଛି ।
ଏନେଇ ଗତ ବୁଧବାର ଇଡି ପକ୍ଷରୁ ଓ୍ବେଲଫେୟାର ଇଷ୍ଟେଟ ବିଲ୍ଡି ଆଣ୍ଡ ପ୍ରାଇଭେଟ୍ ଲିମିଟେଡର ଡାଇରେକ୍ଟର ପୁର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ସମେତ ରାମକ୍ରିଷ୍ନ ସତ୍ୟ ଶ୍ରିନିବାସ ରାଓ ଘର ଓ ଅଫିସ ସମେତ କମ୍ପାନିର ବିଭିନ କାର୍ଯାଳୟରେ ମଧ୍ୟ ଚଢ଼ାଉ ହୋଇଥିଲା । ପୂର୍ବରୁ ବିଜୟଙ୍କୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍ ର ଅର୍ଥନୈତିକ ଶାଖା ତଥା EOW । ୨୦୨୧ରେ ବିଜୟଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ମଧ୍ୟସଚାର୍ଜସିଟ କରିଛି EOW ସମେତ ଧାନବାଦ ପୋଲିସ ଓ ସିବିଆଇ । ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ,ବିହାର,ଝାରଖଣ୍ଡ ଭଳି ବିଭିନ୍ନ ରାଜ୍ୟରୁ ଟଙ୍କା ହଡପ କରିଥିବା ଅଭିଯୋଗ ରହିଛି।