Spread the love

ବାଙ୍କୀ : ବ୍ଲକ କାର୍ଯ୍ୟାଳୟରେ ୧୬୩ ଧାରା ଲାଗୁ । ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ କଟକଣା ଲାଗୁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବାଙ୍କୀ ବିଧାୟକଙ୍କ ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ ଆଶଙ୍କାରେ ଧାରା ଜାରି କରାଯାଇଛି । କଡା ସୁରକ୍ଷା ବଳୟ ଭିତରେ ବାଙ୍କୀ ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ । ବିଜେପି କର୍ମୀ ମାନେ ବ୍ଲକକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଡିଓଙ୍କୁ ଘେରିବାପାଇଁ ଯୋଜନା କରିଥିଲେ । ବିଧାୟକଙ୍କ ଗୋଷ୍ଠୀ ବିଜେପି ଗୋଷ୍ଠୀଙ୍କୁ ପ୍ରତିବାଦ କରିବାକୁ ସଜବାଜ ହେଉଥିବାରୁ ଗଣ୍ଡଗୋଳ ହେବାର ଆଶଙ୍କା କରି ବ୍ଲକ୍ କାର୍ଯ୍ୟାଳୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ତିନି ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ପୂର୍ବରୁ ମଧ୍ୟ ବିଜେପି କର୍ମୀ ତଥା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ମାନେ ବ୍ଲକ୍ ସମ୍ମୁଖରେ ଗଣ୍ତଗୋଳ କରିଥିଲେ।

ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଏନଏସ୍‌ର ୧୬୩ ଧାରା ଜାରି କରାଯାଇଛି । ଉଭୟ ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *