Spread the love

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ। ଗତ ଜୁଲାଇ ମାସରୁ ଠପ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା। ଆବୁ ଧାବି,ବ୍ୟାଙ୍କକ ,ଦୁବାଇ ଓ ସିଙ୍ଗାପୁର ଭଳି ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି। ଏନେଇ ନିର୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ମଧ୍ୟ ତୈଳ ଦର ବୃଦ୍ଧି ଯୋଗୁଁ ଏପରି ହୋଇଥିବା ଜଣାପଡିଛି। ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦୁବାଇ , ଆବୁଧାବି ଓ ସିଙ୍ଗାପୁରକୁ ବିମାନ ଚଳାଚଳ ସେବା ପୁର୍ବରୁ ଠପ୍ ରହିଥିଲା। କିନ୍ତୁ ଗତ ଜୁଲାଇ ୧୯ ଠାରୁ ବ୍ୟାଙ୍କକକୁ ଚଳାଚଳ କରୁଥିବା ବିମାନ ସେବା ଏବେ ବନ୍ଦ ରହିଛି। ଏକମାତ୍ର ସେବା ଯୋଗାଉଥିବା ଇଣ୍ଡିଗୋ ଫ୍ଲାଇଟ ଉଡାଣ ବନ୍ଦ ରହିଛି । ଫଳରେ ଅନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ବର ବିମାନବନ୍ଦରରୁ ଏବେ ସମ୍ପୁର୍ଣ୍ଣ ଠପ୍ ହୋଇଛି। ଯାହା ଫଳରେ ଅନ୍ତର୍ଜାତୀୟ ଯାତ୍ରା କରୁଥିବା ପାସେଞ୍ଜର ହଇରାଣ ହେଉଛନ୍ତି ।

ଆନ୍ତର୍ଜାତିକ ଯାତ୍ରା କରୁଥିବା ପାସେଞ୍ଜର ଅନ୍ୟ ରାଜ୍ୟର ଏୟାରପୋର୍ଟରୁ ଯାତ୍ରା କରୁଛନ୍ତି । ଉଡାଣ ବନ୍ଦର କାରଣ କଣ ତାହା ମଧ୍ୟ ସ୍ପଷ୍ଟ କରୁନାହି ଭୁବନେଶ୍ୱର ବିମାନବନ୍ଦର କତୃପକ୍ଷ। ବର୍ଷକୁ ଦେଢ଼ ମିଲିୟନ ଯାତ୍ରୀ ଙ୍କ ଆତଯାତ ବୃଦ୍ଧି ହୋଇ ଏବେ ୫.୧ମିଲିୟନ ରେ ପହଁଚିଛି। ଦେଶର ୧୩ତମ ଗହଳୀପୁର୍ଣ୍ଣ ବିମାନ ବନ୍ଦର ଭାବେ ଭୁବନେଶ୍ୱର ବିମାନବନ୍ଦର ପରିଗଣିତ ହେଉଛି। ବିମାନ ବନ୍ଦର ଟର୍ମିନାଲ ବୃଦ୍ଧି ଚିନ୍ତା ହେଉଥିବା ବେଳେ ବିମାନ ବନ୍ଦରକୁ ଆନ୍ତର୍ଜାତିକ ଚଳାଚଳ ସେବା ଠପ୍ ହେବା ଅନେକଙ୍କୁ ଏବେ ନିରାଶ ଆଣିଦେଇଛି।

Leave a Reply

Your email address will not be published. Required fields are marked *