Spread the love

ରାଉରକେଲା: ମାଓବାଦୀ ସଂଗଠନକୁ ବଡ଼ ଝଟ୍‌କା। ରାଉରକେଲା-ଚାଇଁବାସା ପୋଲିସ ନିକଟରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଜୋନାଲ୍ କମିଟି ସଦସ୍ୟ ସାଲୁକା କାୟମ ଓରଫ ଭୁବନେଶ୍ୱର ଓରଫ ମରୁର ଓରଫ ଡାଙ୍ଗିଲ ଓରଫ ବିକ୍ରମ ଓରଫ ତୁବୁଇ ଓରଫ ଜୟରାମ ରହିଛନ୍ତି।

୪ ମାଓବାଦୀଙ୍କ ଆତ୍ମ ସମର୍ପଣ । ରାଉରକେଲା ଚାଇଁବାସା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଜୋନାଲ୍ କମିଟି ସଦସ୍ୟ ସାଲୁକା କାୟମ ଓରଫ ଭୁବନେଶ୍ୱର ଓରଫ ମରୁର ଓରଫ ଡାଙ୍ଗିଲ ଓରଫ ବିକ୍ରମ ଓରଫ ତୁବୁଇ ଓରଫ ଜୟରାମ, ମହିଳା ମାଓବାଦୀ ପିଙ୍କି, କୋଦୋ ମୁନି ଓରଫ ପଦ୍ମିନୀ ଏବଂ ଚାଇଁବାସା ନିବାସୀ ମାଓବାଦୀ ଅନିତା ଏଥିରେ ସାମିଲ ଅଛନ୍ତି।

ମାଓବାଦୀ ପଲିଟିବ୍ୟୁରୋ ସଦସ୍ୟ ହାଡକୋର ମାଓବାଦୀ ମିଶିର ବେଶ୍ରା ଆତ୍ମସମର୍ପଣ କରିବା ପରେ ଏହି ହାଡକୋର ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ସେମାନେ ବ୍ୟବହାର କରୁଥିବା ଏକେ-47 ଓ ଇନସାସ ରାଇଫଲ ସମେତ ଓ୍ବାରଲେସ ସେଟ୍ ଓ ବହୁ ପରିମାଣରେ ଗୁଳି, ବିସ୍ଫୋରକ ସାମଗ୍ରୀ ପୋଲିସ୍ ନିକଟରେ ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *