Spread the love

ଛତ୍ରପୁର: ମଝି ଚିଲିକାରୁ କିଡନାପ୍ , ପରେ ହତ୍ୟା । ଚିଲିକା ମଝିରୁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ । ଗତକାଲି କେହି ଦୁର୍ବୃତ୍ତ ନାବାଳକକୁ ମାଡ଼ ମାରି ମାଛ, ଚିଙ୍ଗୁଡ଼ି ଛଡ଼ାଇ ନେବା ସହିତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଆଜି ମୃତଦେହ ଚିଲିକା ମଝିରେ ଭାସୁଥିବା ଦେଖିବାକୁ ମିଳିଛି । କୃଷ୍ଣ ପ୍ରସାଦ ଥାନା ପୋଲିସ, ଅଗ୍ନିଶମ ବିଭାଗ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି l ମୃତ ନାବାଳକ ଜଣକ ପିପିଲି ଅଞ୍ଚଳ ଓମ୍ ବୋଲି ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଗତକାଲି ସନ୍ଧ୍ୟାରେ ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲେ ।

ସୂଚନା ଅନୁସାରେ, ଓମ୍ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ଏହାପରେ ହଠାତ୍ ନିଖୋଜ ହୋଇଯାଇଥିଲେ। ନାବାଳକଙ୍କ ନିଖୋଜ ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ଆଜି ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *