Month: April 2023

ବିନା ନିଲାମରେ ଉଠୁଛି ବାଲି, ଗଭୀର ହେଉଛି କୋଏଲ

ରାଉରକେଲା: ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକି ପାରୁନି ପ୍ରଶାସନ। ତହସିଲର ବିଭାଗୀୟ ଅଧିକାରୀ ଓ ବାଲିମାଫିଆଙ୍କ ଭିତିରି ସଲାସୁତୁରାରେ ଲୁଟ୍‌ ହେଉଛି ଦୈନିକ ଶହ ଶହ ଟ୍ରାକ୍ଟର ବାଲି। ବାରମ୍ବାର ଅଭିଯୋଗ ହେଉଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।…

ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର

ବଲାଙ୍ଗୀର: ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ତାଙ୍କୁ ଆଇସିୟୁରେ ରଖାଯାଇଥିବାର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ୍ ଆଲୋକଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣିଥିଲା। ସୂଚନାଯୋଗ୍ୟ, ଗତ…

ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଯାଜପୁର/ ବାଲିଚନ୍ଦ୍ରପୁର: ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚଛି। ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣଙ୍କର କଟକରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତକମାନଙ୍କର ପରିଚୟ…

ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ। ଏନେଇ ନିଷ୍ପତ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ୬୬୨…

ପର୍ଯ୍ୟବେକ୍ଷକ ତାଲିକାରୁ ସୁଶାନ୍ତ ସିଂ ବାଦ୍: ବିଜେଡି ଆଡ଼କୁ ଆଙ୍ଗୁଳି ଉଠାଇଲେ ବିରୋଧୀ, ଜବାବ୍ ରଖିଲେ ସାଂସଦ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ତାର ଯେଉଁ ପର୍ଯ୍ୟବେକ୍ଷକ ତାଲିକାରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଆଁ ନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଛି,…

ଋଣ ନ କରି ବି ଋଣ ଭାରରେ ମହିଳା; ଏଜେଣ୍ଟ କରୁଛି କଲବଲ

ବାଲେଶ୍ବର : ଗ୍ରାମାଞ୍ଚଳ ମହିଳାଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ବିଶ୍ୱାସରେ ବିଷ ମିଶାଯାଉଛି। ଅଜଣାତରେ ସାଂଘାତିକ ଷଡଯନ୍ତ୍ରର ଶିକାର ହେଉଛନ୍ତି ନୀରିହ ମହିଳା। ସ୍ମାର୍ଟ ଫୋନ୍‌ ଧରି ନ ଥିବା ମହିଳାଙ୍କ ନାଁରେ ଅନଲାଇନ୍‌ ଆପ୍‌ରେ ଉଠାଯାଉଛି ଲୋନ୍‌ ।…

ଓଡ଼ିଶା ପୁଲିସର କ୍ରାଇମ ରେକର୍ଡ ବ୍ୟୁରୋ ଡିଏସପିଙ୍କ ଦୁଇ ପୁଅ ଗିରଫ

ଭୁବନେଶ୍ବର : ଓଡ଼ିଶା ପୁଲିସର କ୍ରାଇମ ରେକର୍ଡ ବ୍ୟୁରୋ ଡିଏସପିଙ୍କ ଦୁଇ ପୁଅ ଗିରଫ। ଯାହାକୁ ଆରମ୍ଭ ହୋଇଛି ଆଲୋଚନା। ସୂଚନା ମୁତାବକ, ବେଙ୍ଗାଲୁରୁରେ ଏକ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ…

ଶବଦାହବେଳେ ବଜ୍ରପାତ, ୩ ମୃତ

କରଞ୍ଜିଆ : ମୁକ୍ତା ହୋ’ଙ୍କ ମୃତ୍ୟୁରେ ଲୁହରେ ଭିଜିଥିଲା ପୂରା ପରିବାର। ସେ ଦୁଃଖ ଯାଇନି ପୁଣି ଦାଉ ସାଦିଲା ଦଇବ। ଶ୍ମଶାନରେ ଜୁଈ ଜଳୁଥିବା ବେଳେ ହଠାତ୍‌ ବଜ୍ରପାତ ହେଲା। ଜଳିଗଲା ଆମ୍ୱଗଛ ଓ ଗଛ ପାଖରେ ଥିବା ଘର।…

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଅସୁସ୍ଥ

କଟକ : ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି। ଦୁଇଟି ଡାକ୍ତର ଟିମ୍ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ବୃଦ୍ଧବୃଦ୍ଧା ଓ…

ଆଣ୍ଟିବାଇଓଟିକ୍ ଇଂଜେକ୍ସନ ନେବାର ୫ ମିନିଟ୍ ଭିତରେ ଚାଲିଗଲା ରୋଗୀର ଜୀବନ

ଖୋର୍ଦ୍ଧା : ହାତରେ ଗୋଟିଏ ବଥ ହୋଇଥିଲା। ଡାକ୍ତରଖାନା ଆସିବାରୁ ଡାକ୍ତରଙ୍କ ପରାମର୍ଶ ମୁତାବକ କର୍ମଚାରୀମାନେ ବଥକୁ ସଫା କରି ବ୍ୟାଣ୍ଡେଜ୍ କରିଦେଲେ। ଡାକ୍ତର ଲେଖିଥିବା ପେସ୍କ୍ରିପସନ ଅନୁଯାୟୀ ନର୍ସ ଆଣ୍ଟିବାଇଓଟିକ୍ ଇଞ୍ଜେକସନ୍(Cefatria xonu) ଦେଇଦେଲେ। ଏହି ଇଞ୍ଜେକସନ ନେବାର ମାତ୍ର…