Spread the love

ଯାଜପୁର/ ବାଲିଚନ୍ଦ୍ରପୁର: ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚଛି। ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣଙ୍କର କଟକରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତକମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ମାନସ ଦେହୁରୀ (୨୮), ମମି ବେହେରା (୩୫) ଓ ମମି ବେହେରା (୪୦)। ଅପରପକ୍ଷରେ ଗୀତା ବେହେରା (୩୫), କମଳି ବେହେରା (୬୦), ମୋତିଆଣି ବେହେରା (୫୦) ଓ ଗୁରା ବେହେରା (୫୧) ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଶୁଖୁଆ ନେଇ ପାରାଦୀପ ଯାଉଥିଲା। ଏହି ସମୟରେ ଚାରିନଙ୍ଗଳ ଠାରେ ଉକ୍ତ ଭ୍ୟାନଟି ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶୁଖୁଆ ଗାଡ଼ି ଡାଲାରେ ବସି ଯାଉଥିବା ୮ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା। ଗରୁତରମାନଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *