Spread the love

କଟକ : ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି। ଦୁଇଟି ଡାକ୍ତର ଟିମ୍ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ବୃଦ୍ଧବୃଦ୍ଧା ଓ ଛୋଟ ପିଲା ଅଛନ୍ତି।
କାନପୁର ଗାଁରେ ଅଷ୍ଟ ପ୍ରହରୀ ହେଉଥିଲା। ଏହି ଅବସରରେ ଗତକାଲି ଭୋଜିଭାତର ଆୟୋଜନ କରାଯାଇଥିଲା। କାନପୁର ଗାଁ ସମେତ ପାଖ ଗାଁ ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ଶତାଧିକ ଲୋକେ ଭୋଜିଭାତ ଖାଇବା ପାଇଁ ଆସିଥିଲେ। ଭୋଜି ଭାତ ଖାଇ ଆସିବାର କିଛି ସମୟ ପରେ ଲୋକମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିଲା। ଅସୁସ୍ଥ ଗ୍ରାମବାସୀଙ୍କୁ ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନ୍ୟ କିଛି ଅସୁସ୍ଥ ଗ୍ରାମବାସୀଙ୍କୁ ଦୁଇଟି ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି।
ଚିକିତ୍ସିତ ଥିବା ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖାଦ୍ୟର ମାନ ପରୀକ୍ଷା ପାଇଁ କଟକରୁ ଏକ ଟିମ୍ ସାଲେପୁର ଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *