Spread the love

ଫିରୋଜାବାଦ : ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଗୋରଖପୁରରୁ ଚଣ୍ଡୀଗଡ ଯାଉଥିବା ଡବଲ ଡେକର ସ୍ଲିପର ବସ୍ ଫିରୋଜାବାଦ ଜିଲ୍ଲାର ନଗଲା ଖଙ୍ଗର ଥାନା ଅର୍ନ୍ତଗତ ଅଞ୍ଚଳରେ ଆଗରେ ଯାଉଥିବା ଟ୍ରେଲରକୁ ଧକ୍କା ଦେଇଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଦୁର୍ଘଟଣା ଗାଡ଼ି ଚାଳକଙ୍କୁ ନିଦ ଲାଗି ଯୋଗୁଁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ପୋଲିସ ଏବଂ ଆମ୍ବୁଲାନ୍ସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ମୁତାବକ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଗୋରଖପୁରରୁ ଚଣ୍ଡୀଗଡ ଯାଉଥିବା ଡବଲ ଡେକର ବସ୍ ଆଗରେ ଯାଉଥିବା ଟ୍ରେଲର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବସରେ ଥିବା ଯାତ୍ରୀ ଚିତ୍କାର କରିଥିଲେ । ବସର ଉପର ଭାଗ କ୍ଷତିଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ବସରେ ୬୦ରୁ ଅଧିକ ଯାତ୍ରୀ ରହିଥିଲେ । ଘଟଣାରେ ୨୪ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଶିକୋହାବାଦ ହସପିଟାଲକୁ ପଠାଯାଇଛି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ବସ୍ ଅଧିକ ଦୂର ଯାତ୍ରା କରିବା ଯୋଗୁଁ ବସ୍ ଡ୍ରାଇଭରଙ୍କୁ ନିଜ ଲାଗିବା ଯୋଗୁଁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ବସ୍ ଅନିୟନ୍ତ୍ରିତ ହୋଇ ଟ୍ରେଲର ସହିତ ଧକ୍କା ହୋଇଥିବା ଜଣାପଡିଛି । ତେବେ ପୋଲିସ ଘଟଣାର ଯାଞ୍ଚ କରି ଦୁର୍ଘଟଣାର ବାସ୍ତବିକ କାରଣ ଖୋଜୁଛି ।

Leave a Reply

Your email address will not be published. Required fields are marked *