Spread the love

ଭୁବନେଶ୍ବର : ଓଡ଼ିଶା ପୁଲିସର କ୍ରାଇମ ରେକର୍ଡ ବ୍ୟୁରୋ ଡିଏସପିଙ୍କ ଦୁଇ ପୁଅ ଗିରଫ। ଯାହାକୁ ଆରମ୍ଭ ହୋଇଛି ଆଲୋଚନା। ସୂଚନା ମୁତାବକ, ବେଙ୍ଗାଲୁରୁରେ ଏକ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଗିରଫ ହୋଇଛନ୍ତି। କେଶବ ଏବେ କ୍ରାଇମ ରେକର୍ଡ ବ୍ୟୁରୋରେ ଡିଏସପି ଭାବେ ଦାୟିତ୍ୱରେ ଅଛନ୍ତି। ଅଭିଯୋଗ ଅନୁସାରେ ବେଙ୍ଗାଲୁରୁରେ ରହୁଥିବା କେଶବଙ୍କ ଦୁଇ ପୁଅ ବାସୁଦେବ ଓ ଅନିରୁଦ୍ଧଙ୍କ ସହ ଗତ ସପ୍ତାହରେ ସେଠାକାର ଜଣେ ବ୍ୟକ୍ତି ଲଏଡ ନେହେମିୟାଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଏଡଙ୍କ ମୃତ୍ୟୁ ହୋଇଛି।
ଏନେଇ ପୁଲିସ ଏତଲା ଆଧାରରେ ପ୍ରାଥମିକ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏସପି କେଶବ ସାମନ୍ତରାୟ। ସେ କହିଛନ୍ତି, ତାଙ୍କ ପୁଅକୁ ଲଏଡ୍ ଆକ୍ରମଣ କରିଥିଲୋ ପୁଅର ଆଙ୍ଗୁଠିକୁ ଆକ୍ରମଣକାରୀ କାମୁଡ଼ି ଛିଡ଼ାଇ ଦେଇଥିଲା। ଉଭୟ ପକ୍ଷରୁ ମାମଲା ଥାନାରେ ରହିଛି। ଘଟଣାର ୪ ଦିନ ପରେ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି। ହେଲେ ଓଲଟା ପୁଅ ନାମରେ ୩୦୨ ଦଫା ଲାଗିଛି। ତେଣୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *