
ଆଜି ସକାଳୁ ପ୍ରଫୁଲ୍ଲ ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିଲେ । ସେତେବେଳେ ଏକ ହାତୀ ତାଙ୍କୁ କଚାଡି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେପଟେ ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କିଛି ଦିନ ହେବ ବାରମ୍ବାର ଏଭଳି ଘଟଣା ଘଟୁଛି । ଯାହାକୁ ନେଇ ଅଞ୍ଚଳବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତଥାପି ବନ ବିଭାଗ ଦନ୍ତାକୁ ଟ୍ରାକ କରି ଜଙ୍ଗଲକୁ ଘଉଡାଇବାରେ ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।