
ସୂଚନା ଅନୁଯାୟୀ ୩ ଜଣ ସାଙ୍ଗ ହୋଇ ଏକାଠି ମୋବାଇଲ ଚୋରି କରୁଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ୨ ଜଣ ସାଙ୍ଗ ଉତ୍ୟକ୍ତ ହୋଇ ଦେବା ଜାମଡାଲିଆଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଚେତା ଶୂନ୍ୟ ହୋଇପଡ଼ିଥିଲା ଦେବା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ୨ ନାବାଳକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ଅଧିକ ଖୋଳତାଡ କରୁଛି ।