
ବାଲୁଗାଁ ଜେନା କଲୋନୀରେ ଥିବା ତିନି ମହଲା ଘର, ଟାଙ୍ଗୀ ହରିପୁରରେ ଥିବା ଘର , ଖୋର୍ଦ୍ଧା ବାଣପୁରରେ ଥିବା ତିନୋଟି ପ୍ଲଟ ସହିତ ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ।