ଅବସରପ୍ରାପ୍ତ ଶିକ୍ଷକଙ୍କ ଗାଡ଼ି ଡ଼ିକିରୁ ଲକ୍ଷେ ଟଙ୍କା ଲୁଟିନେଲେ

ଢେଙ୍କାନାଳ : ସୁନା କିଣିବା ପାଇଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ହେଲେ ବାଟରେ ଗାଡ଼ି ରଖି ଚାରା କିଣୁ କିଣୁ ଡିକି ଭାଙ୍ଗି ଲୁଟେରା ଝାମ୍ଫି ନେଲେ ଲକ୍ଷେ ଟଙ୍କା। ଫଳରେ ଏବେ ମୁଣ୍ଡରେ ହାତଦେଇଛନ୍ତି ଲୁଟର…

ପରୀକ୍ଷା ଦେଇ ଫେରୁଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ, ଗଳା କାଟି ଦେଲେ ଯୁବକ

ରାୟଗଡ଼ା : ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ କଳା ଛାତ୍ରୀଙ୍କୁ ହୋଇଛି ଆକ୍ରମଣ। ଜଣେ ଯୁବକ ଛୁରୀରେ ତାଙ୍କ ବେକ କାଟି ଦେଇଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଛି। ଘଟଣାଟି…

୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି: ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ଗତ ବଜେଟ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮ ବଜେଟ ତୁଳନାରେ ପ୍ରାୟ ୩ ଗୁଣ। ରାଜ୍ୟର ସାମଗ୍ରିକ ବଜେଟର ଏହା ୭%…

ରାଜନୈତିକ ଫାଇଦା ପାଇଁ ଦରଦାମ ବୃଦ୍ଧି କଥା କହୁଛି ବିଜେଡି: ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି…

ଆନ୍ଦୋଳନରେ ସାମିଲ ନଥିବା, ଚା’-ପାଣି ଦେବାକୁ ଆସିଥିବା ଲୋକ ଗିରଫ ହୋଇଛନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବିଧାନସଭା ଘେରାଉ ସମୟରେ ଧସ୍ତାଧସ୍ତି ଘଟଣାରେ ପୁଲିସ ଦ୍ବାରା ଗିରଫ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ନେତା ଓ କର୍ମୀମାନଙ୍କୁ ଗୁରୁବାର ଝାରପଡ଼ା ଜେଲ୍‌ରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଦଳୀୟ ନେତା ଓ କର୍ମୀଙ୍କୁ ଭେଟିଲା…

ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆ)ରେ ଅଧ୍ୟନରତା ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀ ହଷ୍ଟେଲ୍‌ ରୁମ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ନାଗେଶ୍ବରୀ ଗଣ୍ଡ (୨୦)। ସୂଚନା ଅନୁସାରେ ନବରଂଗପୁର ଜିଲ୍ଲା ରାଇଘର…

ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଶ୍ରୀତମ

ଭୁବନେଶ୍ବର : ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅଭିନେତା ତଥା ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ। ସେ କହିଛନ୍ତି, ସରକାର ମୁଣ୍ଡ ପୂରାଇଥିଲେ ପିଣ୍ଟୁଙ୍କର ଏମିତି ଅକାଳ ମୃତ୍ୟୁ ହୋଇନଥା’ନ୍ତା। ଆମେ…

୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ, ଜଣେ ଗିରଫ

ଭୁବେନଶ୍ବର : ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ନକଲି ଔଷଧ ମିଳିବା ଘଟଣାରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଗୋଦାମରୁ ୭ କୋଟି ୩୫ ଲକ୍ଷ ଟଙ୍କାର…

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି | ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା…

ପିଣ୍ଟୁ ନନ୍ଦଙ୍କ ପରଲୋକ

ଭୁବନେଶ୍ବର : ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ…