Spread the love

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି | ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି।
ଦିନ୧୦ଟା ରେ ପରୀକ୍ଷା ଆରମ୍ଭ ହୋଇଥିଲା | ସକାଳ ୯ଟା ରେ କେନ୍ଦ୍ର କୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି।
ତେବେ ଗତକାଲି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *