Spread the love

କିବ୍‌ : ୟୁକ୍ରେନ୍ରେ ରୁଷ୍  ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ଆଜି ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ଆଜି ଏକ ବସ୍‌ ଉପରେ ଡ୍ରୋନ୍‌ ମାଡ଼ ହୋଇଥିଲା। ଏହି ବସ୍‌ଟି ମସ୍କୋ ଏବଂ କ୍ରିମିଆର ସିମଫରୋପୋଲ୍‌ ମଧ୍ୟରେ ଯାତାୟତ କରେ। ଡ୍ରୋନ୍‌ ଆକ୍ରମଣରେ ଆହୁରି ୧୧ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବୁଧବାର ସକାଳେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଗତକାଲି ରାତିରେ ରୁଷ୍‌ ପରିସରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଆକ୍ରମଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନରେ ୨୩ ଜଣଙ୍କ ମୃତ୍ୟୁ ହେବାର ଦିନକ ପରେ ଆଜି ୟୁକ୍ରେନ ପାଲଟା ଜବାବ ଦେଇ ରୁଷ୍‌ ନିୟନ୍ତ୍ରିତ ଅଞ୍ଚଳରେ ଆକ୍ରମଣ କରିଛି।

Leave a Reply

Your email address will not be published. Required fields are marked *