Spread the love

ଭୁବେନଶ୍ବର : ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ନକଲି ଔଷଧ ମିଳିବା ଘଟଣାରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଗୋଦାମରୁ ୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି। ତାଙ୍କ ଠାରୁ ୪ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।
ଝାରସୁଗୁଡ଼ା ଓ ବରଗଡ଼ରୁ ନକଲି ଔଷଧ ମିଳିବା ପରେ ଏହାର ଚେର ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଓଡ଼ିଶା ଏସ୍‌ଟିଏଫ୍‌ର ତଦନ୍ତରୁ ଜଣାପଡ଼ିଥିଲା। ଏହା ପରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଥିଲା। ଏହି ସୂଚନା ଆଧାରରେ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍ ସିଗ୍ରା ଥାନା ଅଞ୍ଚଳରେ ଏକ ଘରେ ଚଢ଼ାଉ କରିଥିଲା। ଓଡ଼ିଶାକୁ ଯେଉଁ ସବୁ ନକଲି ଔଷଧ ପଠାଯାଉଥିଲା, ତାହା ସେଠାରେ ମିଳିଥିଲା।
ଏହି ଚଢ଼ାଉ ବେଳେ ଅଶୋକ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍ ଗିରଫ କରିଥିଲା। ତାଙ୍କ ଘର ସିକନ୍ଦରାବାଦ ଥାନା ଅନ୍ତର୍ଗତ ବୁଲନ୍ଦସହରରେ। ସେ ନକଲି ଔଷଧ ବେପାର କରୁଥିବା ମାନିବା ସହିତ ତାଙ୍କର ଅନ୍ୟ ଏକ ଗୋଦାମର ଠିକଣା ଦେଇଥିଲେ ଯାହା ଲହର୍ତାର ଥାନା ଅଞ୍ଚଳରେ ଥିଲା। ସେଠାରେ ଚଢ଼ାଉ ବେଳେ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌କୁ ବିପୁଳ ପରିମାଣର ନକଲି ଔଷଧ ମିଳିଥିଲା, ଯାହାର ମୂଲ୍ୟ ୭ କୋଟି ୩୫ ଲକ୍ଷ ଟଙ୍କ ହେବ। ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ଅଶୋକ କୁମାରଙ୍କୁ ଜେରା କରୁଛି।

Leave a Reply

Your email address will not be published. Required fields are marked *