Spread the love

କୋରାପୁଟ: ଲାଞ୍ଚ ନେବା ପଡିଲା ମହଙ୍ଗା l ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର ବାବୁ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କୁ ଧରିଛି ଭିଜିଲାନ୍ସ l ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ ଧରିଛି।

ସୂଚନା ଅନୁଯାୟୀ, ବକେୟା ଦରମା ଦେବାକୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଉକ୍ତ ଘଟଣାରେ ଡାକ୍ତର ଭୂୟାଁଙ୍କ ସହ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ ମଧ୍ୟ ମିଶିଥିଲେ l ଶେଷରେ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଉକ୍ତ କର୍ମଚାରୀ ଜଣଙ୍କ l ପୂର୍ବ ଯୋଜନା ମୁତାବକ ଆଜି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଡାକ୍ତର ଭୂୟାଁଙ୍କ ବାସଭବନ ସମେତ ୩ ଟି ସ୍ଥାନରେ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କ ଗୋଟିଏ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l

Leave a Reply

Your email address will not be published. Required fields are marked *