Spread the love

ଭୁବନେଶ୍ବର : ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ। ପ୍ରାୟ ୨୫ ହଜାର କିଲୋମିଟର ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।
ଦୀପ୍ତି ଜଣେ ବିଏସଏଫ୍ ଯବାନ। ମହିଳା ବିଏସଏଫ୍ ବାହିନୀରେ ଯୋଗ ଦେଇ ସେ ଦେଶର ସୀମାକୁ ସୁରକ୍ଷା ଦେଇଥାନ୍ତି। ଆଉ ଏବେ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଦୁଃସାହସିକ ଜଳ ଯାତ୍ରାରେ ବାହାରିଛନ୍ତି। ଗଙ୍ଗାର ଉତ୍ପତ୍ତି ସ୍ଥଳ ଗଙ୍ଗୋତ୍ରୀରୁ ବାହାରି ଗଙ୍ଗା ସାଗର ଯାଏଁ ଜଳପଥରେ ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦୀପ୍ତିମୟୀ ଓ ତାଙ୍କ ଟିମ୍।
ଅଭିଯାନରେ ସାମିଲ ହୋଇଛନ୍ତି ମହିଳା ବିଏସଏଫର ୨୦ ଯବାନ। ନଭେମ୍ବର ୨ରୁ ଆରମ୍ଭ ହୋଇଥିବା ଏହି ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି। ଗଙ୍ଗୋତ୍ରୀରୁ ଓଡ଼ିଶା ଲୋକମାନଙ୍କୁ ନିଜ ଅଭିଯାନ ସଂପର୍କରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି ଦୀପ୍ତିମୟୀ। ତାଙ୍କର ଏହି ଦୁଃସାହସିକ ଜଳଯାତ୍ରା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *