
ଗତକାଲି କଟକ ଏସଡିଜେଏମ ଅଦାଲତରେ ହାଜର ହୋଇଥିଲେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜର ହୋଇଥିଲେ। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରିଥିଲେ। କନସିଲେସନ ପାଇଁ ଡକାଇଥିଲେ ଏସଡିଜେଏମ କୋର୍ଟ। ଗତ ୨୨ ତାରିଖରେ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ କଟକ ପରିବାର ଅଦାଲତ ।
ଅନୁଭବଙ୍କ ସହ ପୁଣି ଏକାଠି ରହିବା ପାଇଁ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଛେଦ ପାଇଁ ଉଦ୍ୟମ କଲେ ଆଇନ ଏଥିପାଇଁ ଅନୁମତି ଦେବ ନାହିଁ ବୋଲି ମାମଲାର ରାୟ ପ୍ରକାଶ କରି ପରିବାର ଅଦାଲତ କହିଛନ୍ତି।