
ସୂଚନା ମୂତାବକ ଗତକାଲି ରାତିରେ ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ବାରର ୫ମ ମହଲାରେ ଥିବା ଏକ ଅଫିସରେ ପ୍ଲାଏ କାମ ଚାଲୁଥିଲା । ରାତି ହେବାରୁ ମିସ୍ତ୍ରୀ ମାନେ ଚାଲିଯାଇଥିଲେ । ହେଲେ ହେଲପର ଭାବେ କାମ କରୁଥିବା ଦୁଇ ନାବାଳକ ସେଠାରେ ରହି ଯାଇଥିଲେ । ଦୁଇ ଜଣ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଥିଲା । ନିଆଁ ଏପରି ଲାଗିଥିଲା ଯେ ଏହା ଧିରେ ଧିରେ ଅଫିସ ଚ୍ୟାମ୍ବରକୁ ବ୍ୟାପି ଯାଇଥିଲା । ପରେ ଘଟଣା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ।