Spread the love

 

deo

ଦେବଗଡ଼: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ଜେଲକୁ ନେବା ବାଟରେ ଚମ୍ପଟ ମାରିଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ପୋଲିସକୁ ଚକମା ଦେଇ ଫେରାର୍ ହୋଇଛି ଅଭିଯୁକ୍ତ । ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛି ସୁମନ ବେହେରା ଓ ଘର ଆଉଁଳି ଗାଁରେ । ନାବାଳିକା ଅପହରଣ ମାମଲାରେ ସୁମନକୁ ଗିରଫ କରିଥିଲା ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଜତକୁ ନେଲା ବେଳେ ଫେରାର ହୋଇଯାଇଛି।

ଦେବଗଡ଼ ଜେଲ ସମ୍ମୁଖରେ କନେଷ୍ଟବଳଙ୍କୁ ଧକ୍କା ଦେଇ ଚମ୍ପଟ ମାରିଛି ଅଭିଯୁକ୍ତ ସୁମନ ବେହେରା। ଫେରାର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ସହ ତାକୁ ଧରିବା ପାଇଁ ତନାଘନା ତଦନ୍ତ କରୁଛି ଦେବଗଡ଼ ପୋଲିସ ।

 

Leave a Reply

Your email address will not be published. Required fields are marked *