
ସେ ଗତକାଲି ଦିନ ବେଳୁ ଚମ୍ପୁଆସ୍ଥ ବ୍ଲକ୍ କଲୋନି ସରକାରୀ ବାସଭବନରୁ ନିଖୋଜ ଥିଲେ। ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡ଼ି ଦେଇଥିବାରୁ ଘର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରି ଥିଲେ ହେଁ ତାଙ୍କର କୌଣସି ଖବର ପାଇ ନ ଥିଲେ। ଆଜି ତାଙ୍କ ଗାଁ ଲୋକେ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ଖବର ଦେବାପରେ ଏ ନେଇ ଚମ୍ପୁଆ ପୁଲିସକୁ ସୂଚନା ଦିଆ ଯାଇଥିବା ଜଣା ପଡ଼ିଛି। ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।