
ହଠାତ୍ ରାସ୍ତାରେ ଯାଉଥିବା ସମୟରେ ହିଁ ଘଟିଛି ଏଭଳି ଘଟଣା । କାର୍ ଟି ଭୁବନେଶ୍ୱର ରୁ ଭଂଜନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା । ହଠାତ୍ କିଏ କିଛି ବୁଝିପାରିନଥିଲେ କଣ ଘଟୁଛି । ଗାଡିକୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ତାପରେ ହଠାତ୍ ନିଆଁ ଲାଗିଯାଇଥିଲା । ସୂଚନା ପ୍ରକାରେ ଚଳନ୍ତା କାର୍ ରେ ହଠାତ୍ ନିଆଁ ଲାଗିଯିବାରୁ, ଡ୍ରାଇଭର ଜଣକ କାର୍ କୁ ରାସ୍ତା ଉପରେ ହିଁ ରଖିଦେଇଥିଲେ । ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ନିଜେ ଗାଡିରୁ ବାହାରି ସହିତ ଜଣକ ସେଥିରେ ବସିଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଓହ୍ଲାଇ ଦେଇଥିଲେ ।
ସଭିଏଁ ଗାଡିରୁ ଓହ୍ଲାଇବା ପରେ ନିଆଁ ପ୍ରକୋପ ଧିରେ ଧିରେ ବାକୁ ଲାଗିଥିଲା । ଯାହାର ଭିଜୁଆଲ୍ ଆପଣମାନେ ଦେଖିପାରୁଥିବେ । ତେବେ ରାସ୍ତା ଉପରେ ଚଳନ୍ତା ଗାଡି ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଘଟରାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି, ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିଛି ସମୟ ଭିତରେ ଅଗ୍ନିଶମ ବାହିନୀ ନିଆଁକୁ ଅଆୟତ କରିବାରେ ସଫଳ ହୋଇଥିଲା ।
ତେବେ ଏଥିରେ ବସିଥିବା ଯାତ୍ରୀ ଓଏବଂ ଡ଼୍ରାଇଭରଙ୍କ କୌଣସି ବି କ୍ଷତି ହୋଇନାହିଁ । କାର୍ ଟି ଭଞ୍ଜନଗର ଅଞ୍ଚଳର ବୋଲି , ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ କାର୍ ରେ ନିଆଁ ଲାଗିଲା , ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏଭଳି ଏକ ବଡ ଅଘଟଣରୁ ଗାଡିରେ ବସିଥିବା ଯାତ୍ରୀ ଏବଂ ଡ୍ରାଇଭର ଭଗବାନଙ୍କ ଆର୍ଶିବାଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।