
ଗୁରୁତର ଯୁବକ ଝାରପୋଖରିଆ ଥାନା ଅନ୍ତର୍ଗତ ଗୋହୋଳମୁଣ୍ଡା ଗାଁର ଜୟୀରାମ ବିନ୍ଧାଣିଙ୍କ ବଡ଼ ପୁଅ ବବୁଲୁ ବିନ୍ଧାଣୀ । ଅଭିଯୋଗ ଅନୁସାରେ ଘରେ ପାରିବାରିକ କଳହ କୁ ନେଇ ସ୍ତ୍ରୀ ବୁଧନୀ ବିନ୍ଧାଣୀ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ପୋଲିସ ଯୁବକକୁ ଥାନାକୁ ଆଣିବାକୁ ଗାଁକୁ ଯାଇଥିଲା ।
ତେବେ ଗାଁରେ ପହଞ୍ଚି ବବୁଲୁକୁ ନପାଇ ତାଙ୍କ ଛୁଆକୁ ଗାଡ଼ିରେ ନେଇ ତୋ ବାପା କଉଠି ଅଛି ଦେଖେଇବୁ ଚାଲ ବୋଲି କହି ନେଇଆସିଥିଲେ । ରାସ୍ତାରେ ବବୁଲୁକୁ ପାଇଥିଲା ପୋଲିସ୍ । ଅଭିଯୋଗକୁ ଭିତ୍ତି କରି କୌଣସି ସମାଧାନ କରିବା ବଦଳରେ ମାଡ ମାରି ଲହୁଲୁହାଣ କରି ଘରେ ଛାଡ଼ି ପଳେଇ ଆସିଥିବାନେଇ ଅଭିଯୋଗ ହୋଇଛି ।
ଅନ୍ୟପକ୍ଷେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣା ବାବଦରେ ଗତକାଲି ପରିବାର ଲୋକେ ବାରିପଦା ସ୍ଥିତ ମୟୂରଭଞ୍ଜ ଆରକ୍ଷି ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେଠାରେ ଅତିରିକ୍ତ ଏସପିଙ୍କୁ ଭେଟି ନିଜର ଦାବି ଜଣାଇବା ସହ ନିଜ ପୁଅ ତଥା ପରିବାର ପ୍ରତି ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକେ ।