
ସଚିନ ଅପରାହ୍ନରେ ହସ୍ପିଟାଲରେ ଡ୍ୟୁଟି ଶେଷ କରି ନିଜ ହଷ୍ଟେଲ ରୁମକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏଁ ସେ ନିଜ ରୁମରୁ ବାହାରକୁ ଆସିନଥିଲେ। ତାଙ୍କ ହଷ୍ଟେଲ ରୁମର କବାଟ ବାଡ଼େଇବାରୁ ତାଙ୍କ ସାଙ୍ଗମାନେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ପରେ ରୁମ୍ ଝରକା ଭାଙ୍ଗି ସେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସଚିନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ତେବେ ମୃତକଙ୍କ ରୁମରୁ କୌଣସି ଆତ୍ମହତ୍ୟା ଜନିତ ଚିଠି, ମୋବାଇଲରେ ଶେଷ ଫୋନ୍ କଲ କାହା ସହିତ ଥିଲା ଏବଂ ଅବସାଦରେ ଥିଲେ କି ଏହାକୁ ନେଇ ଏବେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ଶେଷ ଖବର ସୁଦ୍ଧା ମୃତକଙ୍କ ପରିବାର ଲୋକେ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।