
ତେବେ ସୂଚନା ମୂତାବକ ଗତକାଲି ଏକ ଆବାସିକ ସ୍କୁଲରେ ଜଣେ ୩ୟ ଶ୍ରେଣୀ ଝିଅକୁ ସେହି ସ୍କୁଲର ପିଆନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍କୁଲ ସରିବା ପରେ ଛାତ୍ରୀ ଜଣକ ନିଜ ଘରକୁ ଫେରୁଥିଲା । ସେତିକି ବେଳେ ଏକୁଟିଆର ସୁଯୋଗ ନେଇ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ର ଜଣକ ଛାତ୍ରୀ ଜଣଙ୍କୁ ଏକ ରୁମକୁ ଟେକିନେଇ ଦୁଷ୍କର୍ମ କରିଥିଲା ।ଏହାପରେ ଛାତ୍ରୀ ଜଣଙ୍କୁ କାନ୍ଦୁଥିବାର ଦେଖି ଅନ୍ୟ ଜଣେ ଛାତ୍ରୀ ତାକୁ ଉଦ୍ଧାର କରିଥିଲା । ଏବଂ ପରେ ଛାତ୍ରୀ ଜଣକ ତାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା । ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।