
ନାବାଳିକାଙ୍କ ପୁରୁଷ ବନ୍ଧୁ ଜଣକ ନାବାଳିକାଙ୍କୁ ତାଙ୍କର ଆଉ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ନାବାଳିକା ଜଣକ ଚିନ୍ତାରେ ଘରକୁ ଫେରି ବିଷ ପିଇ ଗୁରୁତର ହୋଇଥିଲେ। ଗୁରୁତର ନାବାଳିକାଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତି କରାଯାଇଛି। ଚାନ୍ଦିପୁର ଗୋଲ୍ଡେନ ପ୍ଲାଜା ହୋଟେଲରେ ଏଭଳି ସେକ୍ସ କାରବାର ନେଇ ପୂର୍ବରୁ ଅଭିଯୋଗ ହେଉଥିବା ବେଳେ ଆଜି ଘଟଣା ସାମ୍ନାକୁ ଆସିଥିଲା । ତେବେ ଘଟଣାର ତଦନ୍ତ କରି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଟେଲର ରୁମକୁ ସିଲ୍ କରାଯାଇଛି ।