Spread the love

 

soso

କେନ୍ଦୁଝର: ଦମ୍ପତ୍ତିଙ୍କୁ ମାରି ଫିଙ୍ଗିଦେଲେ। ଘର ପଛପଟ କୂଅରୁ ମିଳିଲା ମୃତଦେହ। କେନ୍ଦୁଝର କେ.ବାଲିପାଳ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ସନ୍ଦେହ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଦୁଇ ଜଣଙ୍କୁ ହତ୍ୟା କରି କୂଅ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି।

ଗତକାଲି ଗାଁଲୋକେ ଘରକୁ ଯାଇ କବାଟ ବାଡେଇ ଥିଲେ ମଧ୍ୟ କେହି ଶୁଣିନଥିଲେ। ଏହାପରେ ବାଡିରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସୋସୋ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୨ଟି ମୃତଦେହ ଉଦ୍ଧାର କରିଥିଲା। ଏନେଇ ନିରଞ୍ଜନଙ୍କ ପୁତୁରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ଦୁଇ ଜଣଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

 

Leave a Reply

Your email address will not be published. Required fields are marked *