Spread the love

ବାଲିଗୁଡା: କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁରେ ଅଘଟଣ। ଯୁବକଙ୍କ ମଳଦ୍ୱାରରେ ପଶି ଗଲା ଶାବଳ। ଫଳରେ ଯୁବକ ଜଣଙ୍କ ଗୁରୁତର ଅଛନ୍ତି। ଯୁବକ ଜଣକ ହେଲେ ତଳ ସୁବର୍ଣ୍ଣଗିରି ଗାଁର ଶକ୍ତି ପାଟଗୁରୁ। ଗୁରୁତର ଅବସ୍ଥାରେ ଶକ୍ତିଙ୍କୁ ପ୍ରଥମେ କୋଟଗଡ଼ ଓ ପରେ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ତଳ ସୁବର୍ଣ୍ଣଗିରି ସରକାରୀ ସ୍କୁଲ ରିପେରିଙ୍ଗ କାର୍ଯ୍ୟ କରୁଥିବା ସମୟରେ ଆଜବେଷ୍ଟ ଭାଙ୍ଗି ଶାବଳଟି ଖସି ପଡି ଭୂମିରେ ଉପରକୁ ମୁନିଆ ପଟେ ରହିଥିଲା। ପରେ ଶକ୍ତି ବି ଆଜବେଷ୍ଟ ଉପରୁ ଖସି ପଡ଼ିଥିଲେ। ଏତିକି ବେଳେ ଭୂମିରେ ଉପର ମୁହାଁ ହୋଇ ରହିଥିବା ଶାବଳଟି ଶକ୍ତିଙ୍କ ମଳଦ୍ୱାରରେ ପଶି ଯାଇଥିଲା । ଶାବଳଟି ପଶିବା ପରେ ଶକ୍ତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଏବେ ଶକ୍ତିଙ୍କୁ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *