Spread the love

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ମେ’ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଉ। କାରଣ ସେମାନେ ଛୋଟ ପିଲା । ସେମାନେ ଖରା ପାଇଁ ସ୍କୁଲ ଯିବା ଆସିବା ଟିକେ ଅସୁବିଧା ହେବ। ହେଲେ ପାଠ ପଢ଼ାର ଗୁରୁତ୍ୱ ଦୃଷ୍ଟିରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠ ପଢ଼ାଯlଉ। ସେମାନଙ୍କ ପାଇଁ ପାଠ ପଢ଼ା ଜାରି ରଖିବା ନିତ୍ୟାନ୍ତ ଆବଶ୍ୟକ।
କରୋନା ପାଇଁ ପିଲାମାନେ ପାଠ ପଢ଼ା ପୂର୍ବରୁ ବହୁତ ବ୍ୟାଘାତ ହୋଇଥିଲା । ଅନେକ ଅଂଚଳରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପିଲାଙ୍କ ପାଇଁ କେବଳ ସ୍କୁଲ ହିଁ ପାଇଁ ପାଠ ପଢ଼ିବାର ଏକ ମାତ୍ର ଉତ୍ସ। ସବୁ ପିଲା ଆର୍ଥିକ ଓ ବ୍ୟବସ୍ଥାଗତ ଦୃଷ୍ଟିରୁ ପ୍ରାଇଭେଟ କୋଚିଂ ଓ ଟ୍ୟୁସନ ପାଇପାରିବେ ନାହିଁ। ତେଣୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା ପାଠ ପଢିବା ପାଇଁ ସ୍କୁଲ ଦଶଟା ପର୍ଯ୍ୟନ୍ତ ଖୋଲି ପାଠ ପଢ଼ାଇବା ଦରକାର। ଏହି ଛୁଟିର ସୁଯୋଗ ନେଇ ବର୍ତମାନ ପ୍ରାଇଭେଟ କୋଚିଂ ସବୁ ମାତି ଉଠିବେ। ଘରୋଇ ସ୍କୁଲମାନେ ମଧ୍ୟ ସମର କ୍ଲାସ କରି ଅଭିଭାବକମାନଙ୍କୁ ପ୍ରାୟ ଦୁଇ ମାସ ରଜ ପର୍ଯ୍ୟନ୍ତ ଶୋଷଣ କରିବା ଜାରି ରଖିବେ।

ଆଜି ଏହି ମର୍ମରେ ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚିଠି ଲେଖି ଦାବି ଜଣାଇଛନ୍ତି। ବର୍ତ୍ତମାନର ଏହି ଛୁଟି ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି କରିବ। ବିଶେଷ କରି ଗ୍ରାମାଞ୍ଚଳର ପିଲାଙ୍କ ପାଠ ପଢ଼ା ଘୋର କ୍ଷତିଗ୍ରସ୍ତ ହେବ। ସେପଟେ ଘରୋଇ ସ୍କୁଲ, କୋଚିଂ ସେଣ୍ଟର ଆଦିଙ୍କ କଚେ ପୁଅ ବାର ସଦୃଶ ସମର କ୍ଲାସ ପାଠ ପଢ଼ା ନାଁରେ ଅଯଥା ଅଭିଭାବକମାନଙ୍କୁ ଶୋଷଣ ଆରମ୍ଭ ହୋଇଯିବ ବୋଲି ପ୍ରସନ୍ନ ବିଷୋୟୀ, ସହ-ଅଧକ୍ଷ, ଓଡ଼ିଶା ଅଭିଭାବକ ମହାସଂଘ କହିଛନ୍ତି।

Leave a Reply

Your email address will not be published. Required fields are marked *