Spread the love

ଭୁବନେଶ୍ବର: ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଏନଏଚ୍‌ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଭାବେ ଚଢ଼ଉ କରିଛି।
ସୂଚନା ଅନୁସାରେ ଏକ ଠିକା କାମର ଶେଷ ବିଲ୍‌ ମଂଜୁରି କରିବା ପାଇଁ ଶ୍ରୀମତୀ ସିଂହ ଠିକାଦାରଙ୍କୁ ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଠିକାଦାର ଜଣକ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଆଜି ଯୋଜନା ହିସାବରେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଥିଲେ। ଶ୍ରୀମତୀ ସିଂହଙ୍କ ଠାରୁ ରଙ୍ଗବୋଳା ୨୭ ହଜାର ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *