ଗଣ୍ଡକୀ ନଦୀ ଓ ଶାଳଗ୍ରାମ ଶିଳା
‘ମହାଭାରତ’ର ବନପର୍ବରେ ବର୍ଣ୍ଣିତ ହୋଇଛି, “ଗଣ୍ଡକୀତୁ ସମାସାଦ୍ୟ ସର୍ବତୀର୍ଥଜଳୋଦ୍ଭବାମ୍ (୮୪/୧୧୪)। ଅର୍ଥାତ୍ ସମଗ୍ର ତୀର୍ଥଜଳ ଏକତ୍ର ହୋଇ ଏହି ନଦୀକୁ ସୃଷ୍ଟି କରିଥିଲେ। ବହୁ ପ୍ରାଚୀନ କାଳର ଏକ ପୁରାଣ ବର୍ଣ୍ଣିତ ଉପାଖ୍ୟାନରୁ ଏହି ନଦୀର ଜନ୍ମ ବିବରଣୀର ସୂଚନା ମିଳିଥାଏ।…