Spread the love

ଭୁବନେଶ୍ବର : ଆଜି ଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି କଲ ବଲ କରିବ ତାତି। ତତଲା କଡ଼େଇରେ ସିଝିବ ଓଡ଼ିଶା। ପଶ୍ଚିମା ଝଡ଼ର ପ୍ରଭାବ କମିଥିବାରୁ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଏନେଇ ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି, ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଖରା। ତେବେ ୧୫ରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ପ୍ରଭାବ। ଫଳରେ ଖରାରୁ ସାମୟିକ ଆଶ୍ୱସ୍ତି ମିଳିବ।
୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ। ୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ।
ଗତ ୨୪ ଘଣ୍ଟା ଭିତରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ସର୍ବାଧିକ ଦିନ ତାପମାତ୍ରା ମାଲକାନାଗିରିରେ ୩୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଠାରେ ୩୭ ଡିଗ୍ରୀ ସେଲସିୟସ ରେର୍କଡ ହୋଇଛି। ସେହିପରି ଭୁବନେଶ୍ୱରରେ ଦିନର ତାପମାତ୍ରା ୩୬.୩ ଡିଗ୍ରୀ ଓ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସେପଟେ ତାତି ବୃଦ୍ଧି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନାଗ୍ନି ବଡ଼ ରୂପ ଧାରଣ କରିଛି। ଗତ ପଶ୍ଚିମା ଝଡ଼ ପ୍ରଭାବ ସେତେଟା ରାଜ୍ୟରେ ନ ପଡ଼ିବା ତଥା ବର୍ଷା ନ ହେବା ଯୋଗୁ ଜଙ୍ଗଲ ମନୁଷ୍ୟକୃତ ବିଭିନ୍ନ କାରଣ ନିମନ୍ତେ ନିଆଁ ଆଁ’ରେ ଜଳୁଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଆସନ୍ତା ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ନହେଲା ବନାଗ୍ନି ବଡ଼ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *