Spread the love

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଟ୍ର।ତ୍ରୀ ଠାକୁରାଣୀ ମା’ ପେଣ୍ଡରାଣୀଙ୍କ ମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିବାରୁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି। ମନ୍ଦିର ପରିସରରେ ଜଣେ ସ୍ଥାନୀୟ କାଉନସିଲରଙ୍କ ଭାଇ ଆତ୍ମହତ୍ୟା କରିବାରୁ ଗଙ୍ଗାଜଳ ସିଞ୍ଚନ ହେଲା ପରେ ବିଳମ୍ବରେ ପୂଜାର୍ଚ୍ଚନା କରାଯାଇଛି।
ସୂଚନା ଅନୁସାରେ ସ୍ଥାନୀୟ ଟିକିର।ସାହିର ଭୀମ ହରିଜନ ଗତକାଲି ରାତି ଘରୁ ଖାଇ ବାହାରି ଯାଇଥିଲେ। ସକାଳେ ଦେଖିବା ବେଳକୁ ଭୀମ ପେଣ୍ଡରାଣୀ ମନ୍ଦିରର ପଛ ପଟକୁ ଥିବା ରୋଷେଇ ଗୃହର ଦୁଲାମରେ ନିଜର ଗାମୁଛାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଭୀମ ଉମରକୋଟ ପୌର ପରିଷଦର ଜଣେ କାଉନସିଲରଙ୍କ ନିଜ ଭାଇ ବୋଲି ଜଣାପଡିଛି। ଭୀମର ସ୍ତ୍ରୀ ଓ ୨ ପୁଅ ଅଛନ୍ତି। ଭୀମ କିଛି ଦିନ ହେଲା ମାନସିକ ରୋଗରେ ଶିକାର ହୋଇଥିବା କିଛି ସାହିବାସୀ କହିଛନ୍ତି। ଭୀମଙ୍କ ପିତା ସକାଳେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ତଥା ପୂର୍ବତନ ନଗରପାଳ ପି, ରାବଣ। ରାଓ, ସଂପାଦକ ଗଜି ନାୟକ, ସମାଜସେବୀ ରଜତ ସ।ନ୍ତ୍ରା, ଗୋପାଳ ପଟ୍ଟନାୟକ, ଅଂଚଳର କାଉନସିଲର ମୋନଜ କୁମାର ନାୟକ, ଭୈରବ ମିଶ୍ର, ଏସ, ବିଜୟ ପ୍ରମୁଖ ପହଂଚି ପରିସ୍ଥିତିକୁ ଅନୁଧ୍ୟାନ କରି ଉମରକୋଟ ଥାନାକୁ ଯାଇ ତୁରନ୍ତ ମରଶରୀରକୁ ବାହାର କରିବା ପାଇଁ ପୁଲିସକୁ ଅନୁରୋଧ କରିଥିଲେ।
ପୁଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍କୁ‌ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉମରକୋଟର ଠାକୁରାଣୀ ମନ୍ଦୀର ପରିସରରେ ଆତ୍ମହତ୍ୟା ଯାହା କି ଇତିହାସରେ ପ୍ରଥମ ଘଟଣା ଘଟିଗଲା ତାହା ଭକ୍ତ ସହଜରେ ଗ୍ରହଣ କରିପାରୁନାହାନ୍ତି। ଦ୍ଵିତୀୟ କଥା ହେଉଛି ଏହି ମନ୍ଦିରକୁ ରବିବାର ଦିନ ହିଁ ଆଖପାଖ ଅଞ୍ଚଳ, ସୁଦୂର ଅଞ୍ଚଳ ସହ ପଡୋଶୀ ଛତିଶଗଡ଼ରୁ ଶହ ଶହ ସଂଖ୍ୟାରେ ଭକ୍ତ ପୂଜାର୍ଚ୍ଚନା କରିବା ପାଇଁ କରିଥାନ୍ତି। ଆଜି ଏହି ଘଟଣା ଘଟିବା ପରେ ମନ୍ଦିର ପରିସରକୁ ଭଲ ଭାବରେ ଗଙ୍ଗା ଜଳରେ ଧୁଆ ହେବା ସହ ମା’ଙ୍କ ଉପରେ ଗଙ୍ଗା ଜଳ ସିଞ୍ଚନ କରାଯାଇଥିଲା। ଫଳରେ ଆଜି ମ।’ଙ୍କ ପୂଜାର୍ଚ୍ଚନା ବିଲମ୍ୱ ଘଟିବା ସହ ଭକ୍ତଙ୍କ ପାଇଁ ପ୍ରାୟ ୧୧ ଟା ସମୟରେ ମନ୍ଦିର ଖୋଲାଯାଇଥିଲା।

Leave a Reply

Your email address will not be published. Required fields are marked *