
ନିକଟରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଲାଣ୍ଡା, ହରୱିନ୍ଦର ସିଂହ ସାନ୍ଧୁ ଓରଫ ରିଣ୍ଡା ଓ ବ୍ୟାନ ହୋଇଥିବା ଖଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟନ୍ୟାଶନାଲ (ବିକେଆଇ)ର ଆଉ ୩ ଜଣଙ୍କ ସମ୍ପର୍କ ତଥ୍ୟ ହାସଲ ପାଇଇଁ ପୁରସ୍କାର ଘୋଷଣା କରିଥିଲା। ଲାଣ୍ଡା ଓ ରିଣ୍ଡା ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ପରମିନ୍ଦର ସିଂହ କାଇରା ଓରଫ ପାଟ୍ଟୁ, ସତନାମ ସିଂହ ଓରଫ ସବୀର ସିଂହ ଓରଫ ସତ୍ତା ଓ ଯୁଦ୍ଧବିନ୍ଦର ସିଂହ ଓରଫ ଯୁଦ୍ଧା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ଲାଣ୍ଡା ଓ ଏହାର ସହଯୋଗୀମାନେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଏବଂ ପ୍ରସାର ପାଇଁ ଉଦ୍ୟମ କରୁଥିବା ଘଟଣାରେ ଏନଆଇଏ ସମସ୍ତଙ୍କୁ ଖୋଜୁଛି। ହେଲେ ଏଯାଏ କାହାର ବି ପତ୍ତା ମିଳିନି।