
AIADMK କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା ହେବାପରେ କର୍ମୀମାନେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ ନେତା ସିଏନ ଆନ୍ନାଦୁରାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ AIADMKର ନୀତି ବିରୋଧରେ ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇ ଏବଂ ବିଜେପି ନେତାମାନେ ବାରମ୍ବାର ବିବାଦୀୟ ବକ୍ତବ୍ୟ ଦେଇ ଆସୁଥିଲେ। ଏନେଇ ତାମିଲନାଡୁ ବିଜେପି ସଭାପତି କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ବି ୮ ମାସ ସମୟ ଅଛି ଓ ତା ମଧ୍ୟରେ କିଛି ବି ହୋଇପାରେ ବୋଲି ଆଶାବାଦୀ ଅଛନ୍ତି ଅନ୍ୟତମ ବିଜେପି ନେତା ସି.ଟି ରବି ।