Spread the love

ଧନସମ୍ପତିର ଦେବୀ ମା’ଲକ୍ଷ୍ମୀଙ୍କୁ କିଛି ସ୍ୱତନ୍ତ୍ର ଜିନିଷ ଖୁବ ପ୍ରିୟ। ଏହାକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ଓ ଟଙ୍କାପଇସାର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ମିଳିଲେ ଆର୍ଥିକ କ୍ଷେତ୍ରରେ କଷ୍ଟର ସମ୍ମୁଖୀନ ହେବାକୁ ପଡେ ନାହିଁ ବୋଲି ମାନ୍ୟତା ରହିଛି। ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ ଏହି ସବୁ ଜିନିଷକୁ ଘରକୁ ଆଣିବା ସହ ସରଳ ଉପାୟ ଜାଣନ୍ତୁ..

ହିନ୍ଦୁ ଧର୍ମରେ ପୂଜା ସମୟରେ ଶଙ୍ଖ ବଜାଇବାର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କର ଶଙ୍ଖ ଖୁବ୍‌‌ ପ୍ରିୟ। ମା’ଙ୍କର ଏଥିରେ ବାସ ରହିଛି। ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଘରେ ଧନସମ୍ପତ୍ତି ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡିଆର ନିଶ୍ଚୟ ବ୍ୟବହାର ହୋଇଥାଏ। ଶ୍ରୀଫଳରେ ଦେବୀ ଲକ୍ଷ୍ମୀଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହାର ନାମ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ।

ପ୍ରତ୍ୟେକ ଦିନ ସ୍ନାନ ପରେ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ।

ପଦ୍ମ ଫୁଲ ମା’ଲକ୍ଷ୍ମୀଙ୍କର ଖୁବ ପ୍ରିୟ। ମା’ଲକ୍ଷ୍ମୀଙ୍କୁ ପୂଜା ସମୟରେ ପଦ୍ମଫୁଲ ଅର୍ପଣ କରିବା ଦ୍ୱାରା ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ।

 

Leave a Reply

Your email address will not be published. Required fields are marked *