Spread the love

ହିମାଚଳ ପ୍ରଦେଶ: ଆଜି ସକାଳେ ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ତୀସା-ବୈରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଚାଲୁଜ ମୋଡ଼ ନିକଟରେ ବସଟି ଓଲଟି ପଡ଼ି ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ, ପ୍ରାୟ ୨୦ ରୁ ୨୨ ଜଣ ଯାତ୍ରୀଙ୍କୁ ନେଇ ଘରୋଇ ବସଟି ଯାତ୍ରା କରୁଥିଲା । ବସଟି ବୈରାଗଡ଼-ଚମ୍ବା ରାସ୍ତାର ଦେବୀକୋଠି ନିକଟସ୍ଥ ଚାଲୁଜ ମୋଡ଼ରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ପରେ ଗଭୀର ଖାଇକୁ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ରହିଛନ୍ତି । ଏହି ମୃତକଙ୍କ ମଧ୍ୟରେ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ସାମିଲ ରହିଛନ୍ତି । ଏହି ଦୁର୍ଘଟଣା ସମ୍ପର୍କରେ ବିଶେଷ ସୂଚନା ମିଳିନାହିଁ ।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *