Spread the love

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାସ୍ତାରୁ ପଶୁ ମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ। ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ। ସେହିପରି ଏହି କାର୍ଯ୍ୟ ଉପରେ ନଜର ରଖିବେ ସ୍ଥାନୀୟ SP। ପ୍ରତି ବ୍ଲକ୍‌ରେ ଗୋଶାଳା ଖୋଲିବା ପାଇଁ ଯୋଜନା ରହିଛି ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି।

ରାସ୍ତା ଉପରେ ଗୋରୁ ଗାଈ ରହିବା ଦ୍ୱାରା ଦିନକୁ ଦିନ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ରାତିରେ ଅନ୍ଧାରରେ ଗାଈ ଦେଖା ନ ଯିବାରୁ ଦୁର୍ଘଟଣା ବଢ଼ୁଛି। ସହର ଓ ରାଜରାସ୍ତାରେ ମାଲିକମାନେ ଗାଈଗୋରୁଙ୍କୁ ଛାଡ଼ିଦେଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ଏବଂ ଯାନବାହାନ ଧକ୍କାରେ ମୂକଜୀବମାନେ ମୃତ୍ୟୁବରଣ କରୁଛନ୍ତି। ରାସ୍ତା ମଝିରେ ଗୋରୁ ବସିରହିବା ଯାତାୟାତକୁ ବାଧାପ୍ରାପ୍ତ କରୁଛି। ଏହି ସବୁ ସମସ୍ୟାକୁ ହଟାଇବା ପାଇଁ ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଆକ୍ସନ ନେଇଛନ୍ତି।

Leave a Reply

Your email address will not be published. Required fields are marked *