Spread the love

ଦେଶରେ ମୁସଲମାନଙ୍କ ବିରୋଧରେ ଗୋରକ୍ଷକମାନଙ୍କ ଦ୍ୱାରା ବଢ଼ୁଥିବା ହିଂସା ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସହ ଦେଶର ୬ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି।

୬ଟି ରାଜ୍ୟରେ ଭିଡ଼ ହିଂସାକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ୍‌ ଜାରି କରିଛନ୍ତି। ଏହି ଆବେଦନରେ ଗତ ୬ ମାସ ମଧ୍ୟରେ ସାମ୍ନାକୁ ଆସିଥିବା ମାମଲାଗୁଡ଼ିକୁ ନେଇ କ୍ଷତିପୂରଣ ଦାବି କରାଯାଇଛି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହ ଜଡ଼ିତ ନ୍ୟାସନାଲ ଫେଡେରେସନ ଅଫ୍‌ ଇଣ୍ଡିଆନ ଓ୍ଵିମେନ ତରଫରୁ ଏହି ଆବେଦନ କରାଯାଇଥିଲା। ଜଷ୍ଟିସ୍ ବି.ଆର. ଗଭଇ ଏବଂ ଜଷ୍ଟିସ୍‌ ଜେବି ପାରଦୀଓ୍ଵାଲାଙ୍କ ବେଞ୍ଚ ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସହ ୬ଟି ରାଜ୍ୟ ଓଡ଼ିଶା, ହରିୟାଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମହାରାଷ୍ଟ୍ରକୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି।

ବେଞ୍ଚ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଥିଲେ ଯେ ଆମେ ନୋଟିସ ଜାରି କରିବୁ। ମହିଳା ସଙ୍ଗଠନ ଭିଡ଼ ହିଂସାରେ ପୁରୁଷଙ୍କ ହତ୍ୟା ପରେ ସେ ପଛରେ ଛାଡିଯାଇଥିବା ପରିବାରର ମହିଳାମାନଙ୍କ ପ୍ରସଙ୍ଗ ଉଠାଇଛି। ଆବେଦନକାରୀଙ୍କ ଓକିଲ କପିଲ ସିବଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏହି ମାମଲାକୁ ହାଇକୋର୍ଟ ନ ପଠାଇବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *