ବାଲେଶ୍ବର: ବାଲେଶ୍ଵର ଚାନ୍ଦିପୁର ରେଞ୍ଜ ଅନ୍ତର୍ଗତ ମହିଶାଳୀ ପୋଲ ନିକଟରେ ଲାଗିଛି ଏକ ବିଶାଳ ତିମି ମାଛର ଗଳିତ ମୃତଦେହ । ତିମି ମାଛଟିର ଆକାର ପାଖାପାଖି ୪୦ ଫୁଟ ଓ ଗୋଲେଇ ୨୦ ଫୁଟ ବୋଲି ଜଣାପଡ଼ିଛି ।
ତେବେ ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳକୁ ଚାନ୍ଦିପୁର ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ସମେତ ରସାଳପୁର ଭିଏସ ପହଞ୍ଚି ତିମି ମାଛଟିର ପୋଷ୍ଟମର୍ଟମ କରିଛନ୍ତି। ତିମି ମାଛଟି ସଂପୂର୍ଣ୍ଣ ପଚିସଢ଼ି ଯାଇଥିବା ବେଳେ ବଡ଼ ବଡ଼ ହାଡ଼ ବାହାରକୁ ଦେଖାଯାଉଛି । ତେବେ ସମୁଦ୍ରରେ ବାତ୍ୟା ପ୍ରଭାବରେ ମୃତ ତିମି ମାଛଟି ଭାସି ଭାସି ଚାନ୍ଦିପୁର ସମୁଦ୍ର ଉପକୂଳ ମହିଶାଳୀ ନିକଟରେ ଲାଗିଥିଲା ।