Spread the love

କୌଣସି ବି ତରକାରୀଙ୍କୁ ସୁଆଦିଆ କରାଇବାରେ ଅଦାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ ହୋଇଥାଏ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଉପକାରୀ ହୋଇଥାଏ। ପୁଣି ଅଦାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରାଯାଏ । ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍‌ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା ଦେଖାଇବାରେ ସହାୟ ହୁଏ। ରୀତିମତ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ। ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ହୋଇଥାଏ।
ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ଜଣାଯାଏ। ଏହା ହୁଏତ ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା।
ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍‌ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ, ଦିନକୁ ୨ ଗ୍ରାମ୍‌ ଅଦା ଖାଇବା ଦ୍ୱାରା ରକ୍ତରୁ ଶର୍କରାସ୍ତର ୧୦ ପ୍ରତିଶତ କମ୍‌ ହୋଇଥାଏ।
ମହିଳାମାନଙ୍କ ମାସିକଧର୍ମ ସମୟର ଯନ୍ତ୍ରଣା ମଧ୍ୟ ଅଦା ଖାଇବା ଦ୍ୱାରା କମ୍‌ ହୋଇଥାଏ। ଏହାର କୌଣସି ପାର୍ଶ୍ୱ ପ୍ରଭାବ ମଧ୍ୟ ନାହିଁ। ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ। ରୀତିମତ ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍‌ ପାଇଥାଏ।

Leave a Reply

Your email address will not be published. Required fields are marked *