Spread the love

ଆମେ ପୂର୍ବରୁ ଅନେକ ଔଷଧୀୟ ଜିନିଷକୁ ନେଇ ଆଲୋଚନା କରିଛେ। ମେଥି ମଧ୍ୟ ସେହିପରି ଏକ ଔଷଧୀୟ ସାମଗ୍ରୀ। ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଛି। ଏହାକୁ ରାତିରେ ଭିଜାଇ ସକାଳୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ଆମକୁ ଗୁଡ଼ାଏ ରୋଗ କବଳରୁ ମଧ୍ୟ ବଞ୍ଚାଇଥାଏ। ଡାକ୍ତରୀ ପରୀକ୍ଷଣ କହେ ଏହାକୁ ପ୍ରତ୍ୟେକ ଦିନ ଖାଇବା ଦ୍ବାରା ବ୍ୟକ୍ତିିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ।
ପ୍ରତ୍ୟେକ ଦିନ ମେଥି ଖାଇଲେ ଶରୀରରୁ ବିଷାକ୍ତ ଦ୍ରବ୍ୟ ନାଶ ହେବା ସହ କିଡନି ସୁସ୍ଥ ରହିଥାଏ। ମେଥି ଖାଇବା ଦ୍ୱାରା ବ୍ୟକ୍ତିି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରୁ ମୁକୁଳିଥାଏ। ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁ ମୁକ୍ତ କରିଥାଏ। ଏଥିସହିତ ମେଥି ଖାଇବା ଦ୍ବାରା‌ ବ୍ୟକ୍ତିର ରକ୍ତଚାପ ସ୍ତର ମଧ୍ୟ ନିୟନ୍ତ୍ରଣ ରଖିଥାଏ ଏବଂ ଏହା ହୃତ୍‌ଘାତ ହେବାରୁ ବଞ୍ଚାଇବାରେ ମଧ୍ୟ ସାହଯ୍ୟ କରେ। ତେବେ ଭିଜା ଯାଇଥିବା ମେଥିକୁ ଖାଇବା ଦ୍ବାରା ବ୍ୟକ୍ତିର ହଜମ ପ୍ରକ୍ରିୟାଟି ସହଜ ହୋଇଥାଏ।
ମେଥିଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ସୁସ୍ଥ ରଖିଥାଏ। ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦି ସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ। ପ୍ରତ୍ୟେକ ଦିନ ଭିିଜା ଯାଇଥିବା ମେଥିକୁ ଖାଇଲେ ବ୍ୟକ୍ତିର କେଶ ଶୀଘ୍ର ଧଳା ହୁଏନି ବରଂ ଘନ ଓ କଳା ହୋଇଥାଏ। ଏହାସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ। ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବା ସଂଗେସଂଗେ ଏସିଡିଟି ସମସ୍ୟାକୁ ଦୂର କରିଥାଏ। ଏହା ପାଇଲ୍‌ସ ଜନିତ ସମସ୍ୟାଠାରୁ ଦୂରାଇଥାଏ। ମେଥିଦାନା ସେବନ କଲେ ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ବା ପରିସ୍ରା ସଂକ୍ରମଣ ଭଳି ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *