Spread the love

ଗୁଜରାଟ : ଫ୍ଲାଇଦୁବାଇ ବିମାନରେ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ରକ୍ଷା କରିଥିବା ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର । ତାଙ୍କର ଅସାଧାରଣ ସାହସ ଓ ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ଗୁଜରାଟ ଗରିମା ସମ୍ମାନ ପ୍ରଦାନ କରାଯିବ । ଏହି ସମ୍ମାନ ସହିତ ତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି । ସ୍ମିତ ମଚ୍ଛାର ବର୍ତ୍ତମାନ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଦୁବାଇ ଏୟାରଲିଫ୍ଟ ନିଆଯାଇଛି । ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରାଯାଉଛି । ଗୁଜରାଟର ସୋମନାଥ ମନ୍ଦିରରେ ମଧ୍ୟ କ୍ୟାପ୍ଟେନ୍ ସ୍ମିତଙ୍କ ସୁସ୍ଥତା ଓ ଦୀର୍ଘାୟୁ ପାଇଁ ବିଶେଷ ମହାପୂଜା ଆୟୋଜନ କରାଯାଇଥିଲା ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନର କକପିଟ୍ରେ ଏକ ଗୁରୁତର ଘଟଣା ଘଟିଥିଲା । ଉଡ଼ାଣ ଚାଲିଥିବା ସମୟରେ ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଉପରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରାମାଡ଼ର ଶିକାର ହୋଇଥିଲେ ପାଇଲଟଙ୍କ ନାମ ସ୍ମିତ୍ ମଚ୍ଛାର । ଛୁରାମାଡ଼ରେ ରକ୍ତାକ୍ତ ଓ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରି କକ୍ ପିଟ୍ ର ସୁରକ୍ଷା ଦ୍ୱାର ଖୋଲି ଦେଇଥିଲେ । ଦୁବାଇରୁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ବିମାନରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ ।

Leave a Reply

Your email address will not be published. Required fields are marked *