Spread the love

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏକ ଏପରି ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ। ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ କଟକଣା ରହିଥାଏ। ମାତ୍ର ଅପଣ ଏପରି ଆଦୌ ବି କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ କେହି ଖୋଲା ହୃଦୟରେ ଶବ୍ଦ କରି ହସୁଛନ୍ତି ତେବେ ତାଙ୍କୁ ହସିବାକୁ ଦିଅନ୍ତୁ ଓ ନିଜେ ତାହାକୁ ଉପଭୋଗ କରନ୍ତୁ।

ecb34c86a4c50ec5fae85bfcbf8d541f--news-track-indian-girls
ହସିବା ଦ୍ବାରା ଏଣ୍ଡୋର୍ଫିନ ନାମକ ଏକ ହର୍ମୋନ୍‌ ଶରୀରରୁ ନିର୍ଗତ ହୋଇଥାଏ, ଯାହାଦ୍ବାରା ଆପଣ ଆନନ୍ଦ ଅନୁଭବ କରିଥାନ୍ତି। ଏହି ହର୍ମୋନ ଆପଣଙ୍କୁ ମାନସିକ ଚାପରୁ ମୁକ୍ତି ଦେଇଥାଏ।
ହସିବା ଦ୍ବାରା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସବୁବ‌େଳେ ହସୁଥିବା ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ସମ୍ଭାବନା ହ୍ରାସ ପାଇଥାଏ। ହସିବା ଦ୍ବାରା ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ବି ଠିକ୍‌ ହୋଇଥାଏ।

ଯଦି ଆପଣଙ୍କୁ ନିଦ ଆସିବାରେ ସମସ୍ୟା ହେଉଛି ତ ଆପଣ ହସିବା ଆରମ୍ଭ କରିଦିଅନ୍ତୁ। ଭଲ ହସୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିଦ୍ରାହୀନତା ପରି ସମସ୍ୟା ପ୍ରାୟ କମ୍‌ ଦେଖା ଦେଇଥାଏ। ହସିବା କେବଳ ସ୍ବାସ୍ଥ୍ୟ ନୁହେଁ, ବରଂ ସୌନ୍ଦର୍ଯ୍ୟ ପାଇଁ ବି ଜରୁରୀ। ଆପଣ ମନ ଖୋଲି ହସିଲେ ଆପଣଙ୍କ ତ୍ବଚା ଉଜ୍ବଳ ଦିଶିବ।

Leave a Reply

Your email address will not be published. Required fields are marked *