Spread the love

ନୂଆଦିଲ୍ଲୀ: ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି | ପାରାମେଡିକାଲ ଷ୍ଟାଫଙ୍କ ସହ କିଭଳି ଅଧିକରୁ ଅଧିକ ଡାକ୍ତର ସୃଷ୍ଟି ହୋଇପାରିବେ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି | ଆଉ ଡାକ୍ତରଙ୍କ ସୃଷ୍ଟି ପାଇଁ ଦେଶରେ ମେଡିକାଲ କଲେଜ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ୨୦୧୪ ପରଠାରୁ ଭାରତରେ ମେଡିକାଲ କଲେଜ ସଂଖ୍ୟା ପ୍ରାୟ ଦୁଇଗୁଣ ବଢିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ମୋଦୀ ସରକାରଙ୍କ ଆଠ ବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟା ପ୍ରାୟ ଦୁଇଗୁଣ ବଢିଛି |
୨୦୧୪ ମସିହାରେ ଦେଶରେ ୩୮୭ଟି ମେଡିକାଲ କଲେଜ ଥିବାବେଳେ ୨୦୨୩ରେ ଏହା ୬୬୦କୁ ବୃଦ୍ଧି ପାଇଛି | ଏଥି ସହିତ, ୨୦୧୪ ମସିହାରେ, ୭ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କେବଳ ମେଡିକାଲ କଲେଜ ସଂଖ୍ୟା ନୁହେଁ ବରଂ ଗତ ଆଠ ବର୍ଷ ମଧ୍ୟରେ ମେଡିକାଲ ସିଟ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି | ଏବେ ଦେଶରେ ମୋଟ ୬୫,୩୩୫ଟି ପିଜି ମେଡିକାଲ ସିଟ୍ ଥିବାବେଳେ ୨୦୧୪ ତୁଳନାରେ ଏହା ଦୁଇଗୁଣରୁ ଅଧିକ। ୨୦୧୪ରେ, ଭାରତରେ ୩୧,୧୮୫ଟି ପିଜି ମେଡିକାଲ ସିଟ୍ ଥିଲା | ସେହିଭଳି, ୨୦୧୪ରେ ଏମବିବିଏସ ସିଟ ସଂଖ୍ୟା ୫୧,୩୪୮ ଥିବାବେଳେ ଏବେ ଦେଶରେ ଏମବିବିଏସ ସିଟ ସଂଖ୍ୟା ୧ ଲକ୍ଷ ୦୧ ହଜାର ୦୪୩କୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *