Spread the love

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଟପିଛି। ସୋମବାର ଅପରାହ୍ନ ୪ଟା ସୁଦ୍ଧା ଆଖୁଆପଦାଠାରେ ନଦୀର ଜଳସ୍ତର ୧୮.୩୬ ମିଟର ରେକର୍ଡ ହୋଇଛି। ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଫଳରେ ବିପଦ ସଙ୍କେତଠାରୁ ୩ ସେଣ୍ଟିମିଟର ଉପରେ ପ୍ରବାହିତ ହେଉଛି ବୈତରଣୀ।

ଚଳିତ ବର୍ଷ  ବୈତରଣୀର ଜଳସ୍ତର ବାରମ୍ବାର ବଢ଼ିବା ଚିନ୍ତାର କାରଣ ହୋଇଛି। ଷଷ୍ଠ ଥର ପାଇଁ ବୈତରଣୀ ବିପଦ ସଙ୍କେତ ଟପିଥିବା ଜଣାପଡ଼ିଛି। ନଦୀର ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଖୁଆପଦାରେ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *