Spread the love

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶାରେ ସରକାରୀ ସେବା ପ୍ରଦାନରେ ବିଳମ୍ବ ରୋକିବାକୁ ଲାଗୁ ହେବ ଅଟୋ-ଅପିଲ୍ ସିଷ୍ଟମ୍ । ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ,୨୦୧୨ ଅଧୀନରେ SOP ଜାରି କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜଣେ ଅଧିକାରୀ ସେବା ଯୋଗାଇ ନଦେଲେ, ଆବେଦନଟି ସିଷ୍ଟମ୍ ଦ୍ୱାରା ଆପେଆପେ ଅପିଲେଟ୍ ଅଥରିଟିଙ୍କ ନିକଟକୁ ଅଟୋ-ଅପିଲ୍ ଭାବେ ପଠାଯିବ ।

ଏଥିପାଇଁ ନାଗରିକଙ୍କୁ ଅଲଗା ଭାବେ ଅପିଲ୍ କରିବାକୁ ପଡ଼ିବ ନାହିଁ । ଅଟୋ-ଅପିଲ୍ ରେଜିଷ୍ଟର ହେବା ସହିତ ଆବେଦନକାରୀ, ସମ୍ପୃକ୍ତ ଅଧିକାରୀ ଓ ଅପିଲେଟ୍ ଅଥରିଟିଙ୍କୁ SMS, WhatsApp କିମ୍ବା ଇ-ମେଲ୍ ମାଧ୍ୟମରେ ସୂଚନା ଦିଆଯିବ । ୩୦ ଦିନରେ ଅପିଲ୍ ନିଷ୍ପତ୍ତି ନହେଲେ ଅଟୋ-ରିଭିଜନ୍ ଅପିଲେଟ୍ ଅଥରିଟି ନିର୍ଦ୍ଧାରିତ ସମୟରେ ଅଟୋ-ଅପିଲ୍ ର ନିଷ୍ପତ୍ତି ନନେଲେ, ମାମଲାଟି ଆପେଆପେ ଅଟୋ-ରିଭିଜନ୍ ଭାବେ ରିଭିଜନାଲ୍ ଅଥରିଟିଙ୍କ ନିକଟକୁ ଯିବ । SOP ଅନୁଯାୟୀ ଅପିଲ୍ ନିଷ୍ପତ୍ତି ପାଇଁ ୩୦ ଦିନର ବ୍ୟବସ୍ଥା ରହିଛି । ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ନିୟମ ଅନୁଯାୟୀ ଆର୍ଥିକ ଜରିମାନା ମଧ୍ୟ ହୋଇପାରେ । SOPରେ ବିଳମ୍ବ ପାଇଁ ଦିନକୁ ୨୫୦ ଟଙ୍କା, ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *