Spread the love

ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ।  ଟାଙ୍ଗିଆ ଚୋଟରେ ଜଣେ ପୋଲିସ କର୍ମଚାରୀ ଗୁରୁତର ।  ବୌଦ୍ଧ ଥାନା ହାଟଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଗୁରୁତର ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ହାଟଗାଁରେ ବେଆଇନ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ ।

ବୌଦ୍ଧ ଥାନାର ଏକ ୫ ଜଣିଆ ଟିମ୍ ସେଠାରେ ରେଡ୍ କରିବାକୁ ଯାଇଥିଲା। ଏହି ସମୟରେ ଗଞ୍ଜେଇ ମାଫିଆମାନେ ପୋଲିସ ଉପରକୁ ଠେଙ୍ଗା ବାଡ଼ି ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ହାଟଗାଁର ପ୍ରାୟ ୨୦ରୁ ୨୫ ଜଣ ଲୋକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବେଆଇନ ଗଞ୍ଜେଇ କାରବାର ପଛରେ କାହାର ହାତ ରହିଛି । କେବେଠାରୁ ଏହା ଚାଲିଥିଲା । ସେନେଇ ବୌଦ୍ଧ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *